ଟ୍ରିପଲ୍ ମର୍ଡରର ପର୍ଦ୍ଦାଫାଶ, ସମ୍ପତ୍ତି ଲୋଭରେ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

ବରଗଡ଼ ଜିଲ୍ଲାର ଭେଡେନ ଥାନାର ଋଷୁଡା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ଗତମାସ ଏପ୍ରିଲ ୧୭ ତାରିଖରେ ଘଟିଥିବା ଲୋମହର୍ଷଣ କର ଟ୍ରିପଲ ମର୍ଡର ଘଟଣାର ହତ୍ୟାକାରୀକୁ ବରଗଡ଼ ପୋଲିସ ଧରିବାରେ ସକ୍ଷମ ହୋଇଛି।

ମୃତକ ଟଙ୍କଧର ସାହୁ(୭୦) ଙ୍କ ସମ୍ପର୍କୀୟ ଭଣଜା ବସୁଦେବ ସାହୁ ସମ୍ପତ୍ତି ଲୋଭରେ ଏହି ହତ୍ୟାକାଣ୍ଡ କରି ଫେରାର ହୋଇଯାଇଥିଲା। ପୋଲିସ ସ୍ୱତନ୍ତ୍ର ଟିମ ଜରିଆରେ ଘଟଣାର ତଦନ୍ତ କରି ଆଜି ବସୁଦେବକୁ ଛାତିଶଗଡ଼ରୁ ଧରି ଏଠାକୁ ଆଣୁଥିବା ଜଣା ଯାଉଛି। କୌଣସି ସନ୍ତାନ ସନ୍ତତି ନ ଥିବା ଟଙ୍କଧର, ତାଙ୍କର ଦୁଇ ପତ୍ନୀ ଦ୍ରୌପଦୀ (୬୫) ଓ ମାଧବୀ(୪୫) ଙ୍କୁ ହତ୍ୟା କରି ତାଙ୍କର ୭ ଏକର ଜମି ହତେଇବାକୁ ବସୁଦେବ ଏହି ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିବା ଜଣାଯାଇଛି।