ଅଜୟଙ୍କ ଜନ୍ମଦିନରେ ଆସିଲା 'ମୈଦାନ' ଟ୍ରେଲର

ଅଜୟ ଦେବଗନଙ୍କ ଚଳଚ୍ଚିତ୍ର 'ମୈଦାନ'କୁ ଦର୍ଶକ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି।

ଅଜୟଙ୍କ ଜନ୍ମଦିନରେ ଆସିଲା 'ମୈଦାନ' ଟ୍ରେଲର

ଅଜୟ ଦେବଗନଙ୍କ ଚଳଚ୍ଚିତ୍ର 'ମୈଦାନ'କୁ ଦର୍ଶକ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, କାରଣ ଖୁବଶୀଘ୍ର ପରଦାକୁ ଆସୁଛି ଏହି ଚଳଚ୍ଚିତ୍ର। ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ମଙ୍ଗଳବାର ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ରିଲିଜ୍‌ ହୋଇଛି 'ମୈଦାନ'ର ନୂଆ ଟ୍ରେଲର।

ଅଜୟ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ଏକ ନୂଆ ପୋଷ୍ଟର ସହିତ ଟ୍ରେଲର ଶେୟାର କରିଛନ୍ତି। କ୍ୟାପ୍ସନରେ ସେ ଲେଖିଛନ୍ତି, ଗୋଟିଏ ହୃଦୟ, ଗୋଟିଏ ସମାଜ, ଗୋଟିଏ ଭାବନା। ଦେଖନ୍ତୁ ଏସ.ଏ. ରହିମ୍‌ ଏବଂ ତାଙ୍କ ଟିମ୍‌ ଇଣ୍ଡିଆର ଅବିସ୍ମରଣୀୟ କାହାଣୀ। ଏହାସହ ଅଜୟ ଫିଲ୍ମର ମୁକ୍ତିଲାଭ ତାରିଖ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲ ୧୦ ତାରିଖରେ ପରଦାକୁ ଆସିବ 'ମୈଦାନ'।