ବାଘ ଛାଲ ଜବତ, ୩ ଗିରଫ
ଓଡ଼ିଶା ସୀମାନ୍ତ ଗାଁରେ ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ଧରଣର ଚଢ଼ଉ

ଓଡ଼ିଶା ସୀମାନ୍ତ ଗାଁରେ ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେ ବଡ଼ଧରଣର ଚଢ଼ଉ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର ଛତିଶଗଡ଼ ସୀମାନ୍ତ କଲମଡଙ୍ଗରିକେ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଖବର ମିଳିଥିଲା ।
ବିଭିନ୍ନ ଜୀବଜନ୍ତୁର ଅଂଶବିଶେଷ ରହିଥିବା ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡ଼ର ଇନ୍ଦଗାଓଁ ବନ ବିଭାଗ ଓ ରାଇଘର ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ପୂର୍ବରୁ ଯୋଜନା ପ୍ରସ୍ତୁତ କରି ଗତକାଲି ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ କଲମ ଡଙ୍ଗରି ଗ୍ରାମର ପ୍ରାୟ ୧୦ ରୁ ୧୫ ଗୋଟି ଘରେ ଚଢାଉ କରିଥିଲେ ।ସେଥିମଧ୍ୟରୁ କୁଶ ଭତରା, ଡମାର ମାଝୀ ଓ ମହନ ସିଂ ରାଉତଙ୍କ ଘରୁ ଏକ କଲରା ପତରିଆ ବାଘ ଛାଲ, ହରିଣ ସିଙ୍ଘ, କୁଟୁରା ଓ ମୟୂର ଆଦି ବନ୍ୟଜନ୍ତୁଙ୍କ ଅବଶେଷ ଜବତ ହୋଇଥିବା ସହିତ ତୀର ଓ ବର୍ଚ୍ଛା ଭଳି କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏନେଇ ବନ ବିଭାଗ ପୃଥକ ପୃଥକ ଭାବେ କେଶ୍ ରୁଜ୍ଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।