ଜଙ୍କିଆ ଥାନା ର ରେକର୍ଡ ସଂଖ୍ୟକ ଚଢାଉ , ପୁଣି ପଥର ଗାଡି ଜବତ, ଡ୍ରାଇଭର ଗିରଫ

ପଥର ଚୋରାଚାଲାଣ ବେଳେ ର ଚଢ଼ାଉ ଦୁଇଟି ଗାଡି ଜବତ ଜଣେ ଡ୍ରାଇଭର ଗିରଫ

ଜଙ୍କିଆ ଥାନା ର ରେକର୍ଡ ସଂଖ୍ୟକ ଚଢାଉ , ପୁଣି ପଥର ଗାଡି ଜବତ, ଡ୍ରାଇଭର ଗିରଫ

କଥାରେ ଅଛି ତୁ ଯେତେ ମାଠିଲେ ମାଠ ମୁଁ ସେଇ ଦରପୋଡା କାଠ୍ , ସେହିପରି ପୋଲିସ ଯେତେ ସକ୍ରିୟ ହେଲେ ମଧ୍ୟ ଚୋର ମାଫିଆ ତା ଠୁ ଆହୁରି ଅଧିକ ସକ୍ରିୟ ଥିବା ପରି ମାନେ ହେଉଛି, କାହିଁକି ନ ଗତ କିଛି ଦିନ ହେବ ଲଗାତର ପୋଲିସ ଚଢାଉ ରେ ଏକାଧିକ ପଥର ୋ ମୋରମ ଗାଡି ଚଢାଉ ହୋଇ ଧାରା ପଡୁଛି, କିନ୍ତୁ ଚୋରା ଚାଲାଣ ସେହିପରି ଅବ୍ୟାହତ ରହିଛି , ତେଣୁ ଜଙ୍କିଆ ପୋଲିସ କି ଛାଡ଼ୁଛି , ଲଗାତର ଚଢଉ ଜାରି ରଖି ଗାଡି ଓ  ଡ୍ରାଇଭର ଗିରଫ କରି କୋର୍ଟ ଚାଲାଣ କରୁଛି । ଯେମିତିକି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କଂଚିଲୋ ଓ ସିକୋ ଅଂଚଳରେ ବେଆଇନ ଭାବରେ ମାଙ୍କଡା ପଥର ଓ ମୋରମ ଚୋରାଚାଲାଣ ଚାଲିଛି।ମାଫିଆମାନେ ଦିନ ଦିପ୍ରହରେ ସରକାରୀ ରାଜସ୍ୱ ଜମି ଓ ଜଂଗଲ ଜମିରୁ ବେଧଡକ ଭାବରେ ପଥର ଓ ମୋରମ ଲୁଟ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରାଚାଲାଣ କରି ମାଲେମାଲ ହେଉଥିବା ବେଳେ ସରକାରଙ୍କ ରାଜସ୍ୱ ଲୁଟ ହେଉଛି।ଆଜି ମାଙ୍କଡା ଚୋରାରାଲାଣ ହେଉଥିବା ବେଳେ  ବିଶେଷ ସୂତ୍ରରୁ ଖବର ପାଇ ଜଂକିଆ ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ଦୁଇଟି ପଥର ବୋଝେଇ ଗାଡି ଜବତ କରି କରିଛି ପୋଲିସର ଚଢ଼ାଉ ଦେଖି ଜଣେ ଡ୍ରାଇଭର ଦୈ।ଡି ଫେରାର ହୋଇଥିବା ବେଳେ ଅନ୍ୟଜଣେ ଡ୍ରାଇଭର କୁ ମାଡିବସିଛି ପୋଲିସ।ପୋଲିସ ଦୁଇଟି ଗାଡି ନାମରେ ପୃଥକ ଭାବରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଆଗାମୀ ଦିନରେ ଚଢ଼ାଉ ଜୋରଦାର ହେବ ବୋଲି ପୋଲିସ ସୂଚନାରୁ ଜଣାପଡିଛି।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ