ବନକଲାଗି ନୀତି ଅଚଳାବସ୍ଥା ଜାରି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ।

ବନକଲାଗି ନୀତି ଅଚଳାବସ୍ଥା ଜାରି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନାହିଁ। ଏବେ ଅଗଷ୍ଟ ପହିଲାରେ ବସିବାକୁ ଥିବା ପରିଚାଳନା ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବା ଆଶା କରାଯାଉଛି ବୋଲି ଆଜିର ନୀତି ସବକମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି । ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ବନକଲାଗି ପାଇଁ ବାର ବିବାଦ ଦେଖାଯାଇଛି, ଯେଉଁଥି ପାଇଁ ନିଷ୍କର୍ସ ବାହାରି ପାରି ନାହିଁ। କିନ୍ତୁ ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଅନୁରୋଧ କରାଯାଇଛି। ବୁଧବାର ବନକଲାଗି ନୀତି କରିବା ଶାସ୍ତ୍ର ସମ୍ମତ।

ନୀଳାଦ୍ରି ବିଜେକୁ ୨୭ ଦିନ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ।