ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ

ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ସୋମବାର ସକାଳ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।

ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ

ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ସୋମବାର ସକାଳ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ରାଉତ ମନ୍ଦିର ପାଖରେ ଏକ ଭୋଗ ଦୋକାନ କରିଥିଲେ। ଦୋକାନକୁ ବାଇକ୍ ଯୋଗେ ଆସିବା ବେଳେ ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଦୁଇଜଣଙ୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ସେମାନେ ରାସ୍ତାରେ ଖସି ପଡ଼ି ଥିଲେ। ପରେ ମହିଳାଙ୍କ ଉପରେ ଟ୍ରକ୍ ଚଢାଇ ଦେଇ ପଳାଇ ଯାଇଥିଲା।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲେକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ଶୁଝା କରିଛି।