ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ

ରତ୍ନଭଣ୍ଡାର ଭିତରକୁ ୫ ଜଣ ସେବାୟତ, ତଦାରଖ କମିଟି ଅଧ୍ୟକ୍ଷ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ସଦସ୍ୟ ଡାକ୍ତର ସି ଭି କେ ମହାନ୍ତିଙ୍କ ସମେତ ୧୧ଜଣ ଯିବେ।

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ

ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଲା ଶୁଭ ମୁହୂର୍ତ୍ତ। ଆଜି ଦିନ ୧ଟା ୨୮ ମିନିଟ୍ ସମୟରେ ରତ୍ନଭଣ୍ଡାର ଖୋଲିବ। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ରତ୍ନଭଣ୍ଡାର ଭିତରକୁ ୫ ଜଣ ସେବାୟତ, ତଦାରଖ କମିଟି ଅଧ୍ୟକ୍ଷ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ସଦସ୍ୟ ଡାକ୍ତର ସି ଭି କେ ମହାନ୍ତିଙ୍କ ସମେତ ୧୧ଜଣ ଯିବେ। ଦିନ ୧୨ଟା ବେଳେ ସମସ୍ତେ ଶ୍ରୀମନ୍ଦିରକୁ ଯିବେ। ପ୍ରଥମେ ବିମଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇତାଙ୍କର ଅନୁମତି ଲୋଡ଼ାଯିବ। ତେଣେ ଚାବି ଖୋଲାଯିବା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ ବିଶ୍ବନାଥ ରଥ ।