ରାହୁଲଙ୍କ ଗ୍ୟାରେଣ୍ଟି: ୨୦୦ ୟୁନିଟ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ୟାସ୍‌

ଓଡ଼ିଶାବାସୀଙ୍କୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି। ଆଜି ସାଲେପୁର କଂଗ୍ରେସ ସମାବେଶରେ ଓଡ଼ିଶାବାସୀଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଛନ୍ତି ରାହୁଲ ଗାନ୍ଧି

ରାହୁଲଙ୍କ ଗ୍ୟାରେଣ୍ଟି: ୨୦୦ ୟୁନିଟ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ୟାସ୍‌

ଡ଼ିଶାବାସୀଙ୍କୁ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତି। ଆଜି ସାଲେପୁର କଂଗ୍ରେସ ସମାବେଶରେ ଓଡ଼ିଶାବାସୀଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଛନ୍ତି ରାହୁଲ ଗାନ୍ଧି। ରାଜ୍ୟରେ କଂଗ୍ରେସ ସରକାର ଆସିଲେ ଲୋକେ କଣ ସୁବିଧା ପାଇବେ, ସେନେଇ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ସରକାର ଆସିଲେ 'ପେହଲି ନୌକରୀ ପକ୍କି' ଯୋଜନା ଆଣିବ।

ସମସ୍ତ ବେକାର ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ।

ରାହୁଲ ଆହୁରି କହିଛନ୍ତି, ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଦିଆଯିବ ଆପ୍ରେଣ୍ଟିସିପ୍।ଏଥିସହ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି, କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ୟାସ୍ ଦିଆଯିବ। ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରାଯିବ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଚାଷୀଙ୍କୁ ୩ ହଜାର ଟଙ୍କା ଭତ୍ତା ମିଳିବ।