ପୁନମ ପାଣ୍ଡେ ଜୀବିତ

ମଡେଲ ତଥା ପୁନମ ପାଣ୍ଡେ ଜୀବିତ ଅଛନ୍ତି

ପୁନମ ପାଣ୍ଡେ ଜୀବିତ

ମିଛ କହିଲେ ପୁନମ ।  ମଡେଲ ତଥା ପୁନମ ପାଣ୍ଡେ ଜୀବିତ ଅଛନ୍ତି । ସେ ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କରିଛନ୍ତି ।  ଗତକାଲି ତାଙ୍କର ମୃତୁ୍ୟ ହୋଇଥିବା ନେଇ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଥିଲା । ୩୨ ବର୍ଷ ବୟସରେ ତାଙ୍କର ସର୍ଭିକାଲ କ୍ୟାନସର ଯୋଗୁଁ ପରଲୋକ ହୋଇଥିବା ନେଇ ଗତକାଲି ଜାତୀୟ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଥିଲା ।  ତେବେ  ସର୍ଭିକାଲ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏପରି କରିଥିବା ପୁନମ କହିଛନ୍ତି । 

ଗତକାଲି ତାଙ୍କର ମୃତୁ୍ୟ ଖବର ନେଇ ଯେପରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଠିକ ସେମିତି ଆଜି ସେ ଜୀବିତ ଥିବା ଖବର ଆସିବା ପରେ ମଧ୍ୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।  ଶୁକ୍ରବାର ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ସକାଳେ ଚାରିଆଡେ ବ୍ୟାପିଥିଲା । ତାଙ୍କ ମ୍ୟାନେଜର ଏନେଇ କନଫର୍ମ କରିଥିଲେ । ସର୍ଭାଇକାଲ କ୍ୟାନସରରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ । ହେଲେ ଏହା ପରେ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର ବିଷୟରେ କୌଣ ଖବର ଆସିନଥିଲା ।ଫଳରେ ତାଙ୍କର ମୃତ୍ୟୁ ନେଇ ଜାରି ହୋଇଥିଲା ସସ୍‌ପେନ୍ସ । ଏମିତିକି ତାଙ୍କ ପରିବାର ସଦସ୍ୟଙ୍କ କୌଣସି ଚିହ୍ନ ବର୍ଣ୍ଣ ବି ନଥିଲା । ହେଲେ ନିଜେ ଇନଷ୍ଟାଗ୍ରାମରେ ଭିଡିଓ ଜାରି  ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏବେ ସେ ଜୀବିତ ଅଛନ୍ତି ବୋଲି ନିଜେ କନଫର୍ମ କରିଛନ୍ତି । ତେବେ ନିଜ ମୃତୁ୍ୟର ମିଛ ଖବର ପ୍ରକାଶ କରି ସେ ଲୋକଙ୍କ ଭାବନା ସହ ଖେଳୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।