ମୋଦିଙ୍କ ବିରୋଧରେ ଲଢିବେ ମୁସଲମାନ ପ୍ରାର୍ଥୀ
ଲୋକ ସଭା ନିର୍ବାଚନ ପାଇଁ ଆଉ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବହୁଜନ ସମାଜ ପାର୍ଟି

ଲୋକ ସଭା ନିର୍ବାଚନ ପାଇଁ ଆଉ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ମାୟାବତୀ ମୈନପୁରୀ ଲୋକ ସଭା ଟିକେଟ ବଦଳାଇ ଶିବ ପ୍ରସାଦ ଯାଦବଙ୍କୁ ଦେଇଛନ୍ତି। ଏହା ସହିତ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅତହର ଜମାଲ ଲାରିଙ୍କୁ ପ୍ରାର୍ଥୀ କରିଛନ୍ତି। ଏଥିସହ ଜୈନପୁରରୁ ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ପତ୍ନୀ ଶ୍ରୀକଳାଙ୍କୁ ଟିକେଟ ଦେଇ ନିର୍ବାଚନ ପ୍ରତିଯୋଗିତା ଆକର୍ଷଣୀୟ ହୋଇଛି।
ବିଏସପି ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ପତ୍ନୀ ଜିଲା ପଞ୍ଚାୟତ ସଭାପତି ଶ୍ରୀକଳା ସିଂଙ୍କୁ ଜୈନପୁର ଲୋକ ସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ସୋମବାର ଅପରାହ୍ନରୁ ସୋସିଆଲ ମିଡିଆରେ ଶ୍ରୀକଳାଙ୍କୁ ପ୍ରାର୍ଥୀ କରିବା ନେଇ ଆଲୋଚନା ହୋଇଥିଲା। ଜୟ ଭୀମ-ଜୟ ଜୈନପୁର ଲେଖି ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଫଟୋ ସହିତ ଶ୍ରୀକଳା ସିଂ ଏକ୍ସରେ ପୋଷ୍ଟ କରିଥିଲେ।