ଭୁବନେଶ୍ୱର କହୁଛି ହାପିବାର୍ଥ ଡେ’ ମୋଦୀ

ସେପ୍ଟେମ୍ବର ୧୭ତାରିଖ ଜନ୍ମଦିନ ଅବସରରେ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ

ଭୁବନେଶ୍ୱର କହୁଛି ହାପିବାର୍ଥ ଡେ’ ମୋଦୀ

ମୋଦୀଙ୍କ ଜନ୍ମଦିନରେ ସଜେଇ ହୋଇଛି ରାଜଧାନୀ । ସେପ୍ଟେମ୍ବର ୧୭ତାରିଖ ଜନ୍ମଦିନ ଅବସରରେ ଭୁବନେଶ୍ୱରରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଭୁବନେଶ୍ୱରରେ ଜନ୍ମଦିନ ପାଳନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ । ଆଜି ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପୁଣିଥରେ ବିକଶିତ ଭାରତ ପଛରେ ଗୋଟିଏ ପାଦ ଅଗ୍ରସର କରିବ ଓଡ଼ିଶା । ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ବ୍ଲୁ-ବୁକ ଅନୁସାରେ ଉଚ୍ଚ ଅଟାଳିକାରେ ସଜାଗ ରହିବେ ସ୍ନାଇପର । ଜନତା ମୈଦାନରେ ଷ୍ଟେଜ ସାଙ୍ଗକୁ ୪ଟି ସେଡ଼ସ ପ୍ରସ୍ତୁତ ହୋଇଛି ଜ୍ଝ ଯେଉଁଥିରେ ସୁଭଦ୍ରା ଯୋଜନାର ହିତାଧିକାରୀ, ଭିଆଇପି, ଭିଭି ଆଇପି, ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରୀ ମୋଦିଙ୍କ ଜନ୍ମଦିନ ଥିବାରୁ  ପିଏମଙ୍କ ରୁଟ ଉଭୟ ପାର୍ଶ୍ଵରେ ପ୍ରବଳ ଭିଡ଼ ହେବାର ଆଶଙ୍କା ରହିଛି॥ ଏଥିପାଇଁ ରାସ୍ତା ର ଉଭୟ ପାର୍ଶ୍ଵ ରେ ବ୍ୟାରିଗେଟ ର ବ୍ୟବସ୍ଥା କରାଯାଇଛି । ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ଆସିବାକୁ ଯାଉଥିବା ଲୋକେ ରିଜର୍ଭ ଗ୍ରାଉଣ୍ଡ, ସପ୍ତମ ବାଟାଲିୟନ, କଳିଙ୍ଗ ଷ୍ଟାଡିୟମ ପାଖରେ ଥିବା ନୟାପଲ୍ଲୀ ସ୍କୁଲରେ ଗାଡ଼ି ପାର୍କିଂ କରି ଚାଲିଚାଲି ଜନତା ମଇଦାନକୁ ଆସିବେ।