ଜାହାଜରେ ଅନଲୋଡିଙ୍ଗ୍ ହେଲା ବେଳେ ଭାଙ୍ଗିପଡିଲା କ୍ରେନ୍

ପାରାଦୀପ ପୋର୍ଟ ମଲ୍ଟି ପ୍ରପୋଜ ବର୍ଥରେ ହେଲା ଅଘଟଣ

ଜାହାଜରେ ଅନଲୋଡିଙ୍ଗ୍ ହେଲା ବେଳେ ଭାଙ୍ଗିପଡିଲା କ୍ରେନ୍

ପାରାଦୀପ ପୋର୍ଟ ମଲ୍ଟି ପ୍ରପୋଜ ବର୍ଥରେ ହେଲା ଅଘଟଣ । ଜାହାଜରେ ଅନଲୋଡିଙ୍ଗ୍ ହେଲା ବେଳେ ଭାଙ୍ଗିପଡିଲା କ୍ରେନ୍ । ତେବେ କ୍ଷମତା ଠାରୁ ଅଧିକ ମାଲ୍ ଉଠାଉ ଥିବାରୁ ଏଭଳି ଘଟଣା ଘଟିଛି ବୋଲି କୁହାଯାଉଛି । କ୍ରେନର ଦୈାଡି ଛିଣ୍ଡିଯିବା ସହ ଡେଣା ଭାଙ୍ଗି ଯାଇଛି । ଏହାର କିଛି ଅଂଶ ଜାହାଜ ଉପରେ ପଡି ଯିବା ଫଳରେ ଜାହାଜଟି କିଛି ଅଂଶରେ  କ୍ଷତିଗ୍ରସ୍ତ ହୋଇଛି । ଜାହାଜଟିର ନାଁ ହେଉଛି ଏମଭିଏଏମ୍ ଏନ୍ ଏସ ଆଇ maximum ଜାହାଜ । ଏଥିରେ ଟାଟା ଷ୍ଟିଲର ଲାଇନ୍ ଷ୍ଟେନ୍ ଅନଲୋଡ କରାଯାଉଥିଲା । ଏହା ଭାରତୀୟ ଜାହାଜ ହୋଇଥିବା ଜଣାପଡିଛି।