ରାଜଧାନୀରେ ଉତ୍ପାତ କରୁଛି ହନୁମାଙ୍କଡ଼

ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ୩୦ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି।

ରାଜଧାନୀରେ ଉତ୍ପାତ କରୁଛି ହନୁମାଙ୍କଡ଼

ରାଜଧାନୀ ଉପକଣ୍ଠ ନହରକଣ୍ଟା ଅଞ୍ଚଳରେ ଉତ୍ପାତ କରୁଛି ହନୁମାଙ୍କଡ଼। ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ୩୦ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି। ମାଙ୍କଡକୁ ଧରିବା ପାଇଁ କାଲି ରାତିରୁ ଚାଲିଛି ଉଦ୍ଧାର କାର୍ଯ୍ୟ।

ମାଙ୍କଡ଼ ଭୟରେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ। ଆକ୍ରମଣରୁ ବଞ୍ଚିବା ପାଇଁ ଲୋକମାନେ ଠେଙ୍ଗା ବାଡ଼ି ଧରି ବୁଲୁଛନ୍ତି । ବନବିଭାଗ କର୍ମଚାରୀ ନହରକଣ୍ଟାରେ ପହଞ୍ଚି ମାଙ୍କଡ଼ଟିକୁ ଧରିବାକୁ ପ୍ରୟାସ ଚଳାଇଛନ୍ତି । ଲୋକମାନେ ଘରୁ ନ ବାହାରିବା ପାଇଁ ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।