ସୌମ୍ୟଙ୍କ ବାସଭବନରେ ମନମୋହନ ଓ ବବି ଦାସ
ବିଜୁ ଜନତା ଦଳରୁ ଦୂରେଇ ଯାଇଥିବା ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ପୁଣି ରାଜନୀତି ଉଷ୍ମ ହୋଇଛି।

ବିଜୁ ଜନତା ଦଳରୁ ଦୂରେଇ ଯାଇଥିବା ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ପୁଣି ରାଜନୀତି ଉଷ୍ମ ହୋଇଛି। ଦୁଇଦିନ ତଳେ ତାଙ୍କ ବାସଭବନକୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଯାଇଥିବାବେଳେ ଆଜି ବିଳମ୍ବିତ ରାତିରେ ବିଜେଡିର ବରିଷ୍ଠ ନେତା ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯାଇଛନ୍ତି।
ଦୁଇଦିନ ତଳେ ମନମୋହନ-ସୌମ୍ୟ ଭେଟ ପରେ ଶ୍ରୀ ପଟ୍ଟନାୟକ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢ଼ିଥିଲା। ଆଜି ବବି ଦାସଙ୍କ ସହ ତାଙ୍କର ଭେଟ ଓଡ଼ିଶା ରାଜନୀତିରେ ପୁଣି ଏକ ନୂଆ ସମୀକରଣର ସୂତ୍ରପାତ କରିଛି। ସୂଚନାଯୋଗ୍ୟ ସୌମ୍ୟରଂଜନଙ୍କ ଝିଅ ତଥା ସମ୍ବାଦ ଖବରକାଗଜର ସଂପାଦକ ତନୟା ପଟ୍ଟନାୟକ ଆଜି ପୂର୍ବାହ୍ଣରେ ନବୀନ ନିବାସ ଯାଇଥିଲେ।
ବିଜୁ ଜନତା ଦଳ ନିଜର ପ୍ରଥମ ଦଫା ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଖଣ୍ଡପଡ଼ାରେ କାହାକୁ ଦଳୀୟ ଟିକଟ ମିଳିବ ତାହା ଏଯାଏଁ ସ୍ଥିର ହୋଇନାହିଁ।