ମାଲକାନଗିରିରେ ଭୂସ୍ଖଳନ, ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି ବାୟାପଡା ଘାଟୀରେ ଭୂସ୍ଖଳନ। ଗଙ୍ଗାପଡା ଗାଁ ନିକଟରେ ଭୂସ୍ଖଳନ ହୋଇଛି

ମାଲକାନଗିରି ବାୟାପଡା ଘାଟୀରେ ଭୂସ୍ଖଳନ। ଗଙ୍ଗାପଡା ଗାଁ ନିକଟରେ ଭୂସ୍ଖଳନ ହୋଇଛି। ଫଳରେ କୁଡୁମୁଲୁଗୁମ୍ମା ଠାରୁ ବାୟାପଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି। ପଥର ଓ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ବାୟାପଡାଠାରୁ ଗଙ୍ଗାପଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି।