ଦିନ ଦ୍ଵିପ୍ରହରରେ ଲୁଟ୍

ସ୍କୁଟିରୁ ଝାମ୍ପି ନେଲେ ୧ ଲକ୍ଷ ୮୩ ହଜାର।

ଦିନ ଦ୍ଵିପ୍ରହରରେ ଲୁଟ୍

 ଦିନ ଦ୍ଵିପ୍ରହରରେ ଲୁଟ୍। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସ୍କୁଟିରୁ ଝାମ୍ପି ନେଲେ ୧ ଲକ୍ଷ ୮୩ ହଜାର ଟଙ୍କା। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା କିର୍ମିରା ରାସ୍ତା ମଝି ଇଲେକ୍ଟ୍ରି ସବଷ୍ଟେସନ ନିକଟରୁ ଲୁଟ୍ ହୋଇଛି।
ସୂଚନାନୁଯାୟୀ, କିର୍ମିରାର ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ରନାଥ ପୂଝାରୀ (୮୮ ବର୍ଷ) ୧ ଲକ୍ଷ ୮୩ ହଜାର ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍ ହୋଇଛି। ତାଙ୍କ ସ୍କୁଟିରୁ କିଛି ଦୁର୍ବୃତ୍ତ ଟଙ୍କା ଝାମ୍ପି ନେଇ ଫେରାର୍ ହୋଇଯାଇଛନ୍ତି। ଖବର ପାଇ ଲଇକେରା ପୋଲିସ ଛାନଭିନ୍ ଆରମ୍ଭ କରିଛି।