ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି, ଶହ ଶହ ଲୋକ ଏବେବି ମାଟିତଳେ
କେରଳ ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁସଂଖା ୧୫୮କୁ ବୃଦ୍ଧି ପାଇଛି

କେରଳ ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁସଂଖା ୧୫୮କୁ ବୃଦ୍ଧି ପାଇଛି । ଶତାଧିକ ଆହତ ହୋଇଛନ୍ତି। ଏବେ ବି ଅନେକ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ୟ୍ୟରେ ୩ ସେନା ମୁତୟନ ହୋଇଛନ୍ତି । ପ୍ରବଳ ବର୍ଷା ପାଇଁ କେରଳର ୧୧ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।
ଶହଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।