ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା, ହେଲେ ପ୍ରକୃତିକୁ ଅଣଦେଖା

ରାଜ୍ୟର ସୁଉଚ୍ଚ ଶୃଙ୍ଖ...ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ।

ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା, ହେଲେ ପ୍ରକୃତିକୁ ଅଣଦେଖା

ରାଜ୍ୟର ସୁଉଚ୍ଚ ଶୃଙ୍ଖ...ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି। କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପାହାଡ଼କୁ ପ୍ରତିଦିନ ଆସନ୍ତି ରାଜ୍ୟ ଓ ରାଜ୍ୟ ବାହାରରୁ ହଜାର ହଜାର ପର୍ଯ୍ୟଟକ। କିନ୍ତୁ ଏଇ ରାସ୍ତା ଉପରେ କେଉଁଠି ପିଚୁ ଉଠି ଯାଇଛି, କେଉଁଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଯେଉଁଠି ଦୁଇ ଚକିଆ ଯିବା କଷ୍ଟକର ସେଠି କେମିତି କାର୍ ଯାଉଥିବ ଅନୁମାନ କରନ୍ତୁ। କୁନ୍ଦୁଲିରୁ ଦେଓମାଳିକୁ ଯିବାକୁ ଓ ପାହାଡ଼କୁ ଚଢ଼ିବା ବାଟ ଯେମିତି ବିପଦଜନକ ହୋଇପଡ଼ିଛି। ଶୃଙ୍ଖ ଉପରକୁ ଯିବାକୁ ଟିକସ ଦେବାକୁ ପଡ଼େ। ହେଲେ ଏହାର ମରାମତି କଥା ଯେମିତି ଭୁଲି ଯାଇଛନ୍ତି ସମ

ପାହାଡ଼ିଆ କଥା ଛାଡ଼ନ୍ତୁ ସମୁଦ୍ର ଉପକୂଳରେ ବି ପର୍ଯ୍ୟଟନର ବିକାଶ ଅପହଞ୍ଚ  । ବାଲେଶ୍ବରର ଚାନ୍ଦିପୁର ବେଳାଭୂମି...ଏଠି ଜୁଆର ବେଳେ ପାଣି ପାଖକୁ ଆସେ, ଭଟ୍ଟା ବେଳେ ଫେରିଯାଏ। ଏହି ବିରଳ ବିଚ୍ ଯେପରି ଅବସ୍ଥାରେ ଅଛି ତାହା ବର୍ଣ୍ଣନା କରାଯାଇନପାରେ। ବିଚ୍ କୁ ଯିବାକୁ ଭଲ ରାସ୍ତା ନାହିଁ, ପାଣି ନାହିଁ କି ସଂଧ୍ୟା ହେଲେ ଆଲୋକୀକରଣ ବ୍ୟବସ୍ଥା ବି ନାହିଁ। ଝାଉଁ ବଣ ଓ ନାଲି କଙ୍କଡ଼ା ଥିବା ଏହି ସମୁଦ୍ରକୂଳ ପ୍ରକୃତିର ବରଦାନ କିନ୍ତୁ ଏଠି ପର୍ଯ୍ୟଟକଙ୍କ ପାଇଁ ସୁବିଧା ନଥିବାରୁ ମୁହଁ ଫେରାଇଲେଣି ପର୍ଯ୍ୟଟକ।

ଓଡ଼ିଶାର ବିସ୍ତିର୍ଣ୍ଣ ବେଳାଭୂମି, ସୁଉଚ୍ଚ ଶୀଖର ପାହାଡ଼ ଥିବା ସତ୍ତ୍ବେ ଏଠି ପର୍ଯ୍ୟଟନର ବିକାଶ ହୋଇପାରୁନି। ବର୍ଷ ବର୍ଷ ଧରି ଏସବୁ ଅବହେଳିତ ହେଇ ପଡ଼ିରହିଛି।