ହାତୀ ଆକ୍ରମଣରେ ଜଣେ ଆହତ

ସମ୍ବଲପୁରର ଉପକଣସ୍ଥ ମୁଣ୍ଢେର ଗ୍ରାମ ନିକଟରେ ଥିବା ଏକ କ୍ରସର ସମ୍ମୁଖରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଆହତ ହୋଇଛନ୍ତି।

ହାତୀ ଆକ୍ରମଣରେ ଜଣେ ଆହତ

ସମ୍ବଲପୁରର ଉପକଣସ୍ଥ ମୁଣ୍ଢେର ଗ୍ରାମ ନିକଟରେ ଥିବା ଏକ କ୍ରସର ସମ୍ମୁଖରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଯୁଯୁମୁରା ବ୍ଲକ ଅର୍ନ୍ତଗତ ମୁଣ୍ଢେର ଗ୍ରାମର ରାଜୁ ନାଏକ (୪୦) କ୍ରସର ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିଲେ । ତେବେ ଅଚାନକ ହାତୀ ଆସି ତାଙ୍କୁ ଆକ୍ରମଣ କରିବାରୁ ସେ ଆହତ ହୋଇ ଯାଇଥିଲେ। ଖବର ପାଇ ଝାଙ୍କରପାଲି ସେକ୍ସନର ବନ ବିଭାଗ ଦଳ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ମାନେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳକୁ ଚିକତ୍ସା।ପଇଁ ଆଣି ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।