ବନ୍ଦ ଘର ଭିତରେ ପଡିଛି ଡାକ୍ତରଙ୍କ ମୃତଦେହ
ବନ୍ଦ ଘର ଭିତରେ ପଡିଛି ଡାକ୍ତରଙ୍କ ମୃତଦେହ

ବନ୍ଦ ଘର ଭିତରେ ପଡିଛି ଡାକ୍ତରଙ୍କ ମୃତଦେହ । କଟକ ଚାଉଳିଗଞ୍ଜର ଏକ ଘର ଭିତରେ ଡାକ୍ତରଙ୍କ ମୃତଦେହ ପଡିଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କଟକ ଚାଉଳିଗଞ୍ଜର ଏକ ଘର ବାହାର ପଟୁ ତାଲା ପଡିଛି ଏବଂ ବାହାର ପଟୁ ଦୁର୍ଗନ୍ଧ ବାହାରୁଛି । ସ୍ଥାନୀୟ ଲୋକେ ଏହା ଜାଣି ପାରି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏପିରିକି ତାଲା ଭାଙ୍ଗି ଘର ଭିତରକୁ ପଶିବାକୁ ଯୋଜନା କରୁଛି । ଘରେ ଭିତରେ ଥିବା ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।