୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଡିଏନ୍ ଗ୍ରୁପ୍

ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି ।

୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଡିଏନ୍ ଗ୍ରୁପ୍

ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଏତେ ପରିମାଣର ଟିକସ ଫାଙ୍କିବା ଓ ନଗଦ ଜବତ ହେବାର ୪ଦିନ ପରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚୁପ୍ ବସିଛି । ଏହି ମାମଲାରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏତେ ଟଙ୍କାର ଟିକସ ଫାଙ୍କିବାକୁ ନେଇ ଡିଏନ୍ ଗ୍ରୁପ୍ ପକ୍ଷରୁ ଆଜି କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଜାରି ହୋଇନାହିଁ ।

ସୂଚନା ଅନୁସାରେ, ଡିଏନ୍ ଗ୍ରୁପ୍ ନିଜର ବିଭିନ୍ନ କମ୍ପାନୀ ମାଧ୍ୟମରେ ଲୁଚାଛପାରେ ମୋଟ ୨୧୦କୋଟି ଟଙ୍କା ନଗଦ ଟଙ୍କା ସଂଗ୍ରହ କରିଛି । ସେଥିରୁ ୯୦କୋଟି ଟଙ୍କା ଟିକସ ଫାଙ୍କି ଥିବାର ଦସ୍ତାବିଜ୍ ଚଢ଼ାଉବେଳେ ଆୟକର ବିଭାଗକୁ ମିଳିଛି । ଚଢ଼ଉ ବେଳେ ଡିଏନ୍ ଗ୍ରୁପ୍ ଠାରୁ ମୋଟ ୯.୭୪କୋଟି ଟଙ୍କା ନଗଦ ଅର୍ଥ ଜବତ ହୋଇଛି । ଯାହାକି ନଗଦ ଆକାରରେ ଓଡ଼ିଶାରେ ଏପର୍ଯ୍ୟନ୍ତ ସର୍ବାଧିକ ଜବତ ଟଙ୍କା ବୋଲି କୁହାଯାଉଛି । ସେହିପରି ଆୟକର ବିଭାଗ ୪ଦିନ ଧରି ଯେଉଁ ଚଢ଼ଉ କରି ଅନେକ ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ରିସିଦ୍ ଆଦି ଜବତ କରିଥିଲା । ଏସବୁର ଯାଂଚ ପରେ ୨୧୦କୋଟି ଟଙ୍କାର ନଗଦ ଟଙ୍କା ସଂଗ୍ରହ ହୋଇଥିବାର ସୂଚନା ମିଳିଛି । ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରି ଉଦ୍ଦେଶ୍ୟରେ ଏହି ୨୧୦କୋଟି ଟଙ୍କା ସଂଗ୍ରହ ହୋଇଛି ।