ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରୁଥିଲେ। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ଶ୍ରଦ୍ଧାପୁର ଗାଁର ଜଣେ ବ୍ୟକ୍ତି ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।
ହଠାତ୍ ସେ ବିଦ୍ୟୁତ୍ ଖୁଣ୍ଟରୁ ତଳକୁ ଖସି ପଡିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଶ୍ରଦ୍ଧାପୁର ଗାଁର ଯୁବକ ଧନଞ୍ଜୟ।
ଗ୍ରାମବାସୀ ଧନଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।