କଟକ ସିଟି ହସ୍ପିଟାଲ ଭଙ୍ଗା ଘରେ ପଡି ରହିଛି ଗଦା ଗଦା ଏକ୍ସାପାଏରୀ ସାନିଟାରୀ ପ୍ୟାଡ୍
କଟକ ସିଟି ହସ୍ପିଟାଲରେ ପଡ଼ିରହିଛି ପୁଳା ପୁଳା ଖୁସି ସାନିଟାରୀ ପ୍ୟାଡ

କଟକ ସିଟି ହସ୍ପିଟାଲରେ ପଡ଼ିରହିଛି ପୁଳା ପୁଳା ଖୁସି ସାନିଟାରୀ ପ୍ୟାଡ । ୨୦୨୧ରୁ ଏସବୁ ଏକ୍ସପାରି ହୋଇଯାଇଛି । ହେଲେ କାହିଁକି ଏଭଳି ପଡ଼ିରହିଛି କାରଣ ଜଣାପଡ଼ିନାହିଁ । ଦୀର୍ଘଦିନ ହେଲା ଏହି ସବୁ ସାନିଟାରୀ ପ୍ୟାଡ଼ର ଡ଼େଟ୍ ଗଲାଣି ହେଲେ କାହିଁ ଏହାକୁ ବ୍ୟବହାର ପାଇଁ ଯୋଗାଇ ଦିଆଯାଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି ।
ପୂର୍ବ ସରକାର ସମୟରେ ମହିଳା ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପାଇଁ ଖୁସୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନ୍ୟାପକିନ୍ ଯୋଗାଇବା । ୨୦୧୮ ଫେବ୍ରୁଆରୀ ୨୬ରୁ ଖୁସୀ ଯୋଜନା ସ୍କିମ୍ ଆରମ୍ଭ କରାଯାଇଥିଲା । କିଛି କିଛି ସ୍ଥାନରେ ପିଲାଙ୍କୁ ଏହା ବଣ୍ଟନ ବି କରାଯାଇଥିଲା । ମାତ୍ର ଏବେ ଏଭଳି ଚିତ୍ର ସାମ୍ନାକୁ ଆସିଛି ।