ବଦଳିଲେ ୩ ଜିଲ୍ଲାପାଳ

ରାଜ୍ୟସରକାର ବୁଧବାର ଜିଲ୍ଲାପାଳସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି

ବଦଳିଲେ ୩ ଜିଲ୍ଲାପାଳ

ରାଜ୍ୟସରକାର ବୁଧବାର ଜିଲ୍ଲାପାଳସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ତଦନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଭାବେ ବଦଳି କରାଯାଇଛି ।

ସେହିପରି ପୁରୀ ଜିଲ୍ଲାର ଜିଲ୍ଲାପାଳ ବିଜୟ ଦାଶଙ୍କୁ କଟକ ମହାନଗରର କମିଶନରଭାବେ ବଦଳି କରାଯାଇଛି । ଏହାଛଡ଼ା କଟକ କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ ଜିଲ୍ଲାପାଳଭାବେ ବଦଳି କରାଯାଇଛି । 

ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କୁ ମୟୂରଭଞ୍ଚ ଜିଲ୍ଲାପାଳଭାବେ ବଦଳି କରାଯାଇଛି ।