ପ୍ରମୁଖ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମୁଖ ନେତୃତ୍ୱମାନଙ୍କୁ ବିଜୁ ଜନତା ଦଳରେ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି

ପ୍ରମୁଖ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମୁଖ ନେତୃତ୍ୱମାନଙ୍କୁ ବିଜୁ ଜନତା ଦଳରେ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ସଂଯୋଜକ ଦାୟିତ୍ୱରେ ଶ୍ରୀମତୀ ବିଦୁଲତା ନାୟକ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନୀରିକ୍ଷକ ଭାବେ ଶ୍ରୀ ଶଶିଭୂଷଣ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାରଙ୍କୁ ନୀରିକ୍ଷକ ଦାୟିତ୍ୱ ଦିଆଯାଇଛି ।

ସେହିଭଳି କଣ୍ଟାମାଳର ପୂର୍ବତନ ବିଧାୟକ ଶ୍ରୀ ଭଗବାନ କହ୍ନାରଙ୍କୁ ନିର୍ବାଚନୀ ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ନୀରିକ୍ଷକ ଦାୟିତ୍ୱ ଦିଆଯାଇଛି । ଡ. ତନ୍ମୟ ସ୍ୱାଇଁଙ୍କୁ ବାଲିକୁଦ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ନୀରିକ୍ଷକ, ଶ୍ରୀ ପ୍ରତାପ ଧଳଙ୍କୁ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନୀ ନୀରିକ୍ଷକ ଓ ଶ୍ରୀ ତ୍ରୌଲୋକ୍ୟନାଥ ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ଜଟଣୀର ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ ଦାୟିତ୍ୱ ଦିଆଯାଇଛି । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଯୋଜକ ଦାୟିତ୍ୱ ଶ୍ରୀ ତାପସ ରଞ୍ଜନ ପତିଙ୍କୁ ଦିଆଯାଇଥିବା ବେଳେ ଶ୍ରୀ ଆକାଶ ମିଶ୍ରଙ୍କୁ ବିଜୁ ଶ୍ରମିକ ସମୁଖ୍ୟର ରାଜ୍ୟ ସାଧାରଣ ସଚିବ ଭାବେ ନିୟୋଜିତ କରାଯାଇଛି ।