ଶଙ୍ଖଭବନରେ ବିଜେଡିରେ ବଡ଼ ବିସ୍ଫୋରଣ
ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି
ଶଙ୍ଖଭବନରେ ବିଜେଡିରେ ବଡ଼ ବିସ୍ଫୋରଣ। ବିଜେଡି ସମୀକ୍ଷା ବୈଠକରେ ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି। ଶ୍ରୀମୟୀଙ୍କୁ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ଅସନ୍ତୋଷ ପ୍ରକାଶ କରି ଶ୍ରୀମୟୀ କହିଛନ୍ତି ଯୁଗେ ଯୁଗେ ଲେଖା ଅଛି ଯେଉଁମାନେ ମହିଳାମାନଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି ।
ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତାର ଉଦାହରଣ ଦେଖୁଥିବେ । ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେପଟେ ଦଳରେ ଶୃଙ୍ଖଳା କମିଥିବା ମାନିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ତେବେ ବିଜେଡିରେ ବିଶୃଙ୍ଖଳା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି କଥା ଏଡ଼ାଇଯାଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଦଳର ସମ୍ମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।








