ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ

ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଜେପି ଏହି ଘୋଷଣା କରିଛି

ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା। ଆଜି ଭାରତୀୟ ଜନତା ପାର୍ଟି ତଳସରା ବିଧାୟକ ଭବାନୀ ଭୋଇଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ କରିଛି।

ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଜେପି ଏହି ଘୋଷଣା କରିଛି। ବିଧାନସଭା ସଚିବଙ୍କ ପାଖରେ ଭବାନୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ। ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପାଇଁ କାହାକୁ ପ୍ରାର୍ଥୀ କରିନାହିଁ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।