ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଶୀତ ଦିନ ଆସି ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର ,ଖୋଲିବ ଭିତର କନିକା

ଶୀତ ଦିନ ଆସି ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଖୋଲିବ ଭିତର କନିକା । ଅଗଷ୍ଟ ପହିଲାରୁ ଭିତର ଖୋଲିବା ନେଇ ସୂଚନା ମିଳିଛି । ତେବେ କିଛି ମାସ ବନ୍ଦ ହୋଇ ରହିଥିଲା ଭିତର କନିକା । ୩ମାସ ଧରି ବନ୍ଦ ରହିବା ପରେ ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକା ବନ୍ଦ କରାଯାଇଥିଲା। ଅଗଷ୍ଟ ୧ ତାରିଖରୁ ଭିତରକନିକା ଯାଇପାରିବେ ପର୍ଯ୍ୟଟକ । ଏନେଇ ଟୁରିଷ୍ଟ ଗାଇଡ୍ ମାନଙ୍କୁ ଟ୍ରେନିଂ ଦିଆଯାଇଛି।ପର୍ଯ୍ୟଟକଙ୍କ ସ୍ୱାଗତ ପାଇଁ ବିଭିନ୍ନ ପ୍ରସ୍ତୁତି କରିଛି ବନବିଭାଗ । ଲୁଣା ନର୍ସରୀ, ସେଲଫି ପଏଣ୍ଟ, ରେଷ୍ଟୁରାଣ୍ଟ, ବୋଟ୍ ଲାଇବ୍ରେରୀ, ବ୍ୟାଟେରୀ ବୋଟ୍ ଭଳି ବିଭିନ୍ନ ସୁବିଧା ରହିଛି। ଭିତରକନିକା ଭିତରକୁ ପ୍ରବେଶ କରିବା ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ରେଞ୍ଜ ଅଫିସର ମାନସ ଦାସ ସୂଚନା ଦେଇଛନ୍ତି ।ଏନେଇ ଟୁରିଷ୍ଟ ଗାଇଡ୍ ମାନଙ୍କଚୁ ଟ୍ରେନିଂ ଦିଆଯାଇଛି। ପର୍ୟ୍ୟଯକଙ୍କ ସ୍ୱାଗତ ପାଇଁ ବିଭିନ୍ନ ପ୍ରସ୍ତୁତି କରିଛି ବନବିଭାଗ । ଲୁଣା ନର୍ସରୀ, ସେଲଫି ପଏଣ୍ଟ, ରେଷ୍ଟୁରାଣ୍ଟ, ବୋଟ୍ ଲାଇବ୍ରେରୀ, ବ୍ୟାଟେରୀ ବୋଟ୍ ଭଳି ବିଭିନ୍ନ ସୁବିଧା ରହିଛି। ଭିତରକନିକା ଭିତରକୁ ପ୍ରବେଶ କରିବା ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ରେଞ୍ଜ ଅଫିସର ମାନସ ଦାସ ସୂଚନା ଦେଇଛନ୍ତି ।