ବର୍ଷାଙ୍କୁ ଜେରା ଶେଷ
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ କରି କଟକ ପରିବାର ଅଦାଲତରେ ଜେରା ଶେଷ ହୋଇଛି

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ କରି କଟକ ପରିବାର ଅଦାଲତରେ ଜେରା ଶେଷ ହୋଇଛି । ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି ସମୟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ପ୍ୱର୍ବରୁ ଅନେକ ଥର ବର୍ଷା ଜେରା ସମୟରେ ଅନୁପସ୍ଥିତ ଥିଲେ । ତେଣୁ ତାଙ୍କୁ ପୁର୍ନବାର ଜେରା କରାଯାଇଛି । ହାଇକୋର୍ଟଙ୍କ ଜୁଲାଇ ୧୩ର ନିର୍ଦ୍ଦେଶ ଅନୁସାରେ ବର୍ଷା ଆଜି ପରିବାର ଅଦାଲତରେ ଉପସ୍ଥିତ ରହି ଜେରାର ସମ୍ମୁଖୀନ ହୋଇଥିଲେ । ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା । ବିଭିନ୍ନ ତାରିଖରେ ବର୍ଷାଙ୍କୁ ଜେରା ସମୟରେ ପ୍ରାୟ ୧୮୫ଟି ପ୍ରଶ୍ନ ଅନୁଭବଙ୍କ ତରଫରୁ ପଚରା ଯାଇଛି । ପରିବାର ଅଦାଲତ ମାମଲାର ଶୁଣାଣି ପରେ ଅନୁଭବ କହିଛନ୍ତି ଯେ ନ୍ୟାୟାଳୟ ଉପରେ ଭରସା ଓ ବିଶ୍ୱାସ ଅଛି । ଜେରା ସମୟରେ ଅନେକ ଘଟଣା ସାମନାକୁ ଆସିଛି । ବର୍ଷାଙ୍କ ନାଁ ନେଇ କହିଥିଲେ ଯେ ମୋର ପ୍ରତିପକ୍ଷ ତାଙ୍କ ଜୀବନରେ ଭଲରେ ରୁହନ୍ତୁ । ମୁଁ ବି ଜୀବନରେ ଆଗକୁ ବଢିବି । କର୍ମକ୍ଷେତ୍ରରେ ଓ ପରିବାରକୁ ସମୟ ଦେବି ।