ଜମି ବାଡ଼ି ବିବାଦକୁ କେନ୍ଦ୍ରକରି ଆକ୍ରମଣ

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରେ ଦୁଇ ଆହତ।

ଜମି ବାଡ଼ି ବିବାଦକୁ କେନ୍ଦ୍ରକରି ଆକ୍ରମଣ

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରେ ଦୁଇ ଆହତ। ଯାଜପୁର ବୈଦ୍ୟରାଜପୂର ଗ୍ରାମରେ ଘଟିଛି ଏଭଳି ଅଘଟଣ । ଏହି ଗଣ୍ଡଗୋଳ ଘଟି ଦୁଇ ଜଣ ଆହତ ହୋଇଛନ୍ତି। ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ଯଶୋବନ୍ତ ସାହୁ ଓ ବୈଦ୍ୟନାଥ ସାହୁଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା।

ଆଜି ଯଶୋବନ୍ତ ଉକ୍ତ ବିବାଦୀୟ ଜମିରେ ବାଉଁଶ ଗଛ କଟୁଥିବା ସମୟରେ ବୈଦ୍ୟନାଥ ପଚାରିବାରୁ ଯଶୋବନ୍ତ ଉକ୍ତ ଟାଙ୍ଗିଆରେ ବୈଦ୍ୟନାଥ ଓ ତାଙ୍କ ପାଖରେ ଥିବା ଧନେଶ୍ଵର ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଉଭୟ ଯାଜପୁର ମୁଖ୍ୟ ଚିକିତ୍ସାଲୟ ପ୍ରାଥମିକ ଚିକିତ୍ସା କରିବା ପରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।