ଆଜି ସ୍ୱାଭାବିକ ଚାଲିଛି ବିଧାନସଭା

ତିନି ଦିନର ହଙ୍ଗାମା ପରେ ଆଜି ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ

ଆଜି ସ୍ୱାଭାବିକ ଚାଲିଛି ବିଧାନସଭା

ତିନି ଦିନର ହଙ୍ଗାମା ପରେ ଆଜି ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଧାନସଭାରେ ପ୍ରଶ୍ନ କରୁଛନ୍ତି ବିଧାୟକ, ଆଉ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଗତ ତିନି ଧରି ବିଧାନସଭାରେ ହଟ୍ଟଗୋଳ ଜାରି ରଖିଥିଲେ ବିରୋଧୀ ବିଧାୟକ, ଖାସ୍ କରି ଓଡିଆ ଅସ୍ମିତା ଓ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ହୋ ହଲ୍ଲା କରିଥିଲେ ବିରୋଧୀ । ଆଉ ଏହାରି ଭିତରେ ଗତକାଲି ଉପ-ବାଚସ୍ପତି ନିର୍ବାଚନ ହେଇଥିଲା । ଏହାପରେ ମଧ୍ୟ ବିରୋଧୀ ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଦେଇଥିଲେ । ତେଣୁ ଆଜି ବିଧାନସଭା କେମିତି ଚାଲିବ ସେନେଇ ଚର୍ଚ୍ଚା ଲାଗି ରହିଥିଲା । ଆଉ ଏ ସବୁ ଚର୍ଚ୍ଚା ଭିତରେ ଆଜି ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ ।