ଅଭିନେତ୍ରୀ ସାମନ୍ଥା ଖାଇନାହାନ୍ତି ଲୁଣ, ଚିନି କିମ୍ବା ଶସ୍ୟଜାତୀୟ ଖାଦ୍ୟ

ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ ସହିତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି।

ଅଭିନେତ୍ରୀ ସାମନ୍ଥା ଖାଇନାହାନ୍ତି ଲୁଣ, ଚିନି କିମ୍ବା ଶସ୍ୟଜାତୀୟ ଖାଦ୍ୟ

ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ ସହିତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି। ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। କିଛି ଦିନ ହେଲାଣି ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ କିଭଳି ସାହସର ସହ ଏହି ରୋଗ ଲଢ଼ୁଛନ୍ତି, ତାହାର ଅନେକ ଝଲକ ସେ ନିଜ ପ୍ରଶଂସକଙ୍କୁ ଦେଖାଇଛନ୍ତି।