ଜାତୀୟ ରାଜପଥରେ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ୍ , ୧୦ ଆହତ

ବାଲେଶ୍ବର ଜିଲ୍ଲାରେ ସକାଳୁ ସକାଳୁ ସଡ଼କ ଦୁର୍ଘଟଣା

ଜାତୀୟ ରାଜପଥରେ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ୍ , ୧୦ ଆହତ

ବାଲେଶ୍ବର ଜିଲ୍ଲାରେ ସକାଳୁ ସକାଳୁ ସଡ଼କ ଦୁର୍ଘଟଣା । ବସ୍ତା ଥାନା ୧୬ ନମ୍ୱର ଜାତୀୟ ରାଜପଥ ଭେଲୋରା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଆଉ ଗୋଟିଏ ତୀର୍ଥଯାତ୍ରୀ ବସକୁ ଧକ୍କା ଦେବା ଯୋଗୁଁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଜ୍ୟୋତି ଟ୍ରାଭେଲସ୍ ନାମକ ଏକ ଘରୋଇ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିଲା। ୧୬ ନମ୍ବର ଜାତୀୟ ରାଜପଥ ଭେଲୋରା ନିକଟରେ ଉଭୟ ପାର୍ଶ୍ଵ ରାସ୍ତାର ଗୋଟାଏ ପାର୍ଶ୍ଵ ଦୀର୍ଘ ଦିନ ଧରି ବ୍ଲକ୍ କରି କାମ ହେଉଥିବାରୁ ବସ୍ ଗତି କମାଇବା ପାଇଁ ବ୍ରେକ୍ ମାରିଥିଲେ ଡ୍ରାଇଭର ।ଏହି ସମୟରେ ପଛରୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥଯାତ୍ରୀ ବସ୍ ନିଜର ଗତିକୁ ଆୟତ୍ତ କରିନପାରି ଆଗରେ ଥିବା ବସକୁ ଧକ୍କା ଦେଇଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ ।