ଟ୍ରକ୍ ସହ ମାଡ଼ ହେଲା ପିକଅପ୍ ଭ୍ୟାନ୍: ୯ ମୃତ, ୨୩ ଆହତ
ଛତିଶଗଡ଼ର ବେମେତାରା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା।

ଛତିଶଗଡ଼ର ବେମେତାରା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା। ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଗୁରୁତର ହୋଇଥିବାର ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଛୁଆ ଅଛନ୍ତି। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ପରିବାର ପ୍ରତି ମୁଁ ମୋର ଗଭୀର ସମବେଦନା ଜଣାଉଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଅନ୍ୟପକ୍ଷରେ, ଆଜି ସକାଳେ ଦୁର୍ଗ ଆଇଜି, ଦୁର୍ଗ ଡିଭିଜନ୍ କମିଶନର, ବେମେତାରା ଏସପି ଏବଂ କଲେକ୍ଟର ଘଟଣା ସ୍ଥଳକୁ ଯାଞ୍ଚ କରିଛନ୍ତି।