ଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ
ସୁନ୍ଦରଗଡ ଜିଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିକୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି

ସୁନ୍ଦରଗଡ ଜିଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିକୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଗାଡ଼ି ଚାଳକ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଟ୍ରକ୍ଟି ଲୁହା ବୋଝେଇ କରି କୋଇଡ଼ାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଘାଟିରେ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କ୍ୟାବିନକୁ କାଟି ଚାଳକଙ୍କ ମୃତଦେହ ବାହାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ପ୍ରକାଶ ଯେ, ମଙ୍ଗଳବାର ରାତିରେ ମଧ୍ୟ କୋଇଡ଼ାର ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।