ମାମୁ ଘର ଯିବା ବାଟରେ ଦୁର୍ଘଟଣା

ମୋଟର ସାଇକେଲକୁ ପଛରୁ ଧକ୍କା ଦେଲା ଟ୍ରକ, ଝିଅ ମୃତ, ବାପା ଗୁରୁତର

ମାମୁ ଘର ଯିବା ବାଟରେ ଦୁର୍ଘଟଣା

ମାମୁ ଘର ଯିବା ବାଟରେ

ମୋଟର ସାଇକେଲକୁ ପଛରୁ ଧକ୍କା ଦେଲା ଟ୍ରକ, ଝିଅ ମୃତ, ବାପା ଗୁରୁତର

ଭୁବନ ୨୪.୩- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଆଜି ପଛରେ ବସିଥିବା ଝିଅର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ବାପା ଗୁରୁତର ଆହତ ହୋଇଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ପର୍ଜଙ୍ଗ ଥାନା ପାଣିଭଣ୍ଡାର ଗ୍ରାମରୁ ବାପା-ଝିଅ ଦୁହେଁ ଓଡି୧୯ଇ-୯୬୧୯ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ ଭୁବନ ଥାନା ଧଳପଡା ଗ୍ରାମକୁ ମାମୁ ଘରକୁ ଆସୁଥିବା ବେଳେ ୫୩ ନମ୍ବର ଯମୁନାକୋଟ ଛକ ନିକରେ ପଛରୁ ଓଡି୦୯ଆର-୨୫୩୧ ନମ୍ବର ବିଶିଷ୍ଟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥଲା । ଝିଅଟି ଗାଡିରୁ ଛିଟିକି ପଡି ମୁଣ୍ଡରେ ଶକ୍ତ ମାଡ ହୋଇ ପ୍ରଚୁର ରକ୍ତ ଶ୍ରାବ ହୋଇଥିଲା । ଏ ସଂପର୍କରେ ଖବର ପାଇ ସୁରପ୍ରତାପପୁର ଫାଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ବାପା-ଝିଅ ଉଭୟଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ଓ ତାଙ୍କ ବାପାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ମୃତ ଝିଅ ର ନାମ ସାତୀ ସୁଚରିତା ଜେନା (୧୬) ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ତାଙ୍କ ମାମୁ ଘରକୁ ବୁଲିବାକୁ ଆସୁଥଲେ । ବାପା ଙ୍କ ନାମ ଅଭିରାମ ଜେନା । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଭୁବନ ପୋଲିସ ଟ୍ରକକୁ ଜବତ କରି କେଶ ନଂ- ୯୪/୨୦୨୩ ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି