ଦିନିକିଆ ବିଶ୍ୱକପ୍ ୨୦୨୩ : ଖେଳସୁଚୀ କୁ ଅପେକ୍ଷା
ଆଉ ୧୦୦ ଦିନ ବାକି, ମୁମ୍ବାଇରେ ଘୋଷଣା ହୋଇପାରେ ଖେଳସୂଚୀ

ମୁମ୍ବାଇ ୨୭।୦୬ : ବିଶ୍ୱକପ୍ ୨୦୨୩ । ଆଉ ଅଳ୍ପ ଦିନ ବାକି । ଆଜକୁ ମିଶାଇ ଆଉ ୧୦୦ ଦିନ ରହିଲା ଚଳିତ ଦିନିକିଆ ବିଶ୍ୱକପ୍ । ତେବେ ବିଶ୍ୱକପ୍ ପାଇଁ ସବୁ ଦଳ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ଖେଳସୂଚୀକୁ ସମସ୍ତେ ଅପେକ୍ଷା କରିଛନ୍ତି । ମଙ୍ଗଳବାର ଦିନ ମୁମ୍ବାଇରେ ଘୋଷଣା ହୋଇପାରେ ଦିନିକିଆ ବିଶ୍ୱକପ୍ ୨୦୨୩ର ଖେଳସୂଚୀ ।
ଖବର ଅନୁଯାୟୀ, ଅକ୍ଟୋବର ମାସରେ ଭାରତରେ ଖେଳାଯିବ ଆଗାମୀ ଦିନିକିଆ ବିଶ୍ୱକପ୍ । ଏହି ବିଶ୍ୱକପ୍ ପୂର୍ବରୁ ଆୟୋଜକ ବିସିସିଆଇ ଏବଂ ଆଇସିସି ମୁମ୍ବାଇରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛନ୍ତି । ଯେଉଁଥିରେ ୨୦୨୩ ବିଶ୍ୱକପ୍ର ଖେଳସୂଚୀ ଘୋଷଣା କରାଯିବ । ମୁମ୍ବାଇ ଓ୍ୱାଙ୍ଖେଡେ ଷ୍ଟାଡିୟମ୍ରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବ।
ପୂର୍ବରୁ ବିସିସିଆଇ ଆଇସିସିକୁ ଏକ ସୂଚୀ ପଠାଇଛି । ଯେଉଁଥିରେ ଦେଶର ୯ଟି ଯାକ ଭେନ୍ୟୁରେ ଲିଗ୍ ମ୍ୟାଚ୍ ଖେଳାଯିବ । ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା , ଧର୍ମଶାଳା, ଲକ୍ଷ୍ନୌ, ପୁନେ ଆଦି ସ୍ଥାନରେ ମ୍ୟାଚ୍ ଖେଳାଯିବ ନେଇ ଆୟୋଜକ ଦେଶ ସ୍ଥିର କରିଛି । ବିଶ୍ୱକପରେ ଖେଳିବାକୁ ଥିବା ସମସ୍ତ ଦେଶଙ୍କ ଆଲୋଚନା ପରେ ଆଇସିସି ଏଥିରେ ମୋହର ମାରିବ। ମୁମ୍ବାଇରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି କ୍ରୀଡାସୂଚୀର ଘୋଷଣା ହୋଇପାରେ ।
ସୂଚନାଯୋଗ୍ୟ ଯେ, ଭାରତରେ ହିଁ ଖେଳାଯିବ ଦିନିକିଆ ବିଶ୍ୱକପ୍ ୨୦୨୩ । ଅକ୍ଟୋବର ୫ରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବା ବେଳେ ୧୯ ନଭେମ୍ବରରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍ ଭାଗ ନେବେ । ବିଶ୍ୱକପ୍ ୨୦୨୩ରେ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ।