୧୫ ପରେ ଓଡ଼ିଶାରେ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଛୁଇଁବା ସହ କର୍ଣ୍ଣାଟକ ଓ ତାମିଲନାଡ଼ୁର କିଛି ଅଂଶରେ ପହଞ୍ଚିଛି ।

୧୫ ପରେ ଓଡ଼ିଶାରେ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଛୁଇଁବା ସହ କର୍ଣ୍ଣାଟକ ଓ ତାମିଲନାଡ଼ୁର କିଛି ଅଂଶରେ ପହଞ୍ଚିଛି । ଏହା ସହିତ ଉତ୍ତର-ପୂର୍ବ ଭାରତର କିଛି ଅଂଶକୁ ଛୁଇଁଛି । ଆଗାମୀ ୨-୩ଦିନରେ ଏହା ସିକ୍କିମ, ହିମାଳୟ ପାଦବର୍ତ୍ତୀ ପଶ୍ଚିମବଙ୍ଗରେ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ତେବେ ମୌସୁମୀ ଓଡ଼ିଶା ଆସୁ ଆସୁ ୧୫ ତାରିଖ ଟପିଯାଇପାରେ ।

ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଓ ୧୫ ତାରିଖ କିମ୍ବା ତା ପରେ ଓଡ଼ିଶାକୁ ମୌସୁମୀ ଆସିବ । କିନ୍ତୁ ଏପର୍ଯ୍ୟନ୍ତ ଏ ସଂପର୍କରେ ନିର୍ଦ୍ଦିଷ୍ଟଭାବେ ଜଣାପଡ଼ିନାହିଁ ।