ଉଦଯାପିତ ହେଲା ଭଲି ବଲ ଟୁର୍ଣ୍ଣାମେଣ୍ଟ

ଗାର୍ଡିଙ୍ଗିଆ ରେ ହେଲା ଉଦଯାପନୀ ଭଲି ବଲ ଟୁର୍ନାମେଣ୍ଟ,

ଉଦଯାପିତ ହେଲା ଭଲି ବଲ ଟୁର୍ଣ୍ଣାମେଣ୍ଟ

ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ଏକ ଉପାନ୍ତ ଏବଂ ଦୁର୍ଗମ ଅଂଚଳ, ଏଠିକାର ଜନସାଧାରଣ ଙ୍କ ଜୀବନ  କାହାଣୀ ଅତି ନିଆରା ଏବଂ ଭିନ୍ନ ଏକ ଆକୃଷ୍ଟ ସରଳ ଏବଂ ଭାତୃଭାବ ର ପ୍ରତିକ, ଯାହା ଆଜି ବ୍ଲକର ସମସ୍ତ କ୍ରୀଡାପ୍ରେମି ଙ୍କୁ ଗୋଟିଏ ଡରିରେ ବାନ୍ଧି, ଏକ ଭଲିବଲ  ଟୁର୍ଣ୍ଣାମେଣ୍ଟ ଆୟୋଜକ  MRSଦଳ ର ଉପଦେଷ୍ଟା ନିର୍ଦେଶକ ଏବଂ ବହୁ ଚର୍ଚିତ କନ୍ଧମାଳ ସିକ୍ସ ଭଲିବଲ ଟିମ ର ମେନ୍ୟଞ୍ଜର ଅତୁଳ କୁମାର ଦିଗାଲ ( ପିଣ୍ଟୁ ) ଏବଂ ନିଜଟିମ ର ଖେଳାଳିମାନଂକୁ ଙ୍କୁନେଇ ଏକ ଭଲି ବଲ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ, ଏଥିରେ ମୋଟ 8ଟି ଦଳ ଭାଗନେଇଥିଲେ ସେଥିମଧ୍ୟରୁ କଟଡି, ପେନାଗୋବେରି, ମହାଗୁଡା, ରୁଦାଙ୍ଗିଆ, ଡ଼ାମ୍ବା, ମାଲିକପଡ଼ି, ଗଟାମାହା ଏବଂ ଗାର୍ଡିଙ୍ଗିଆ, ତା 11/08/023 ରୁଆରମ୍ଭ ହୋଇ 15/08/023,ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ରଞ୍ଜାବ୍ରଡ଼ି ଭଲିବଲ ଖେଳପଡିଆରେ,ଏକ ଭାଇଚାରା ରଭଲି ଖେଳ ଚାଲୁ ରହିଥିବା ଦେଖିବା କୁ ମିଳିଛି,15 ଅଗଷ୍ଟ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଜି ତାର ଶେଷ ମ୍ୟାଚରେ MRS ଗାର୍ଡିଙ୍ଗିଆ,ବନମ ଗଟାମାହା ମଧ୍ୟରେ ଚିତାକର୍ଷକ ଏବଂ ଆକର୍ଷଣୀୟଖେଳ ନିଜ ନିଜର ଖେଳ, କୌଶଳ, ଓ ପ୍ରତିଭା କୁ ପ୍ରଦର୍ଶନ କରି  ଉଭୟ ଦଳ ଉପସ୍ଥିତ ରହି ଖେଳ କୁ ଉପଭୋଗ କରୁଥିବା ଖେଳ ପ୍ରେମି ଙ୍କୁ ବେସ ମନମୁଗ୍ଧ କରି ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ,
ଶେଷରେ ଗଟାମାହା ଦଳ ଆୟୋଜନ MRS ଗାର୍ଡିଙ୍ଗିଆ ଦଳକୁ ତିନି ଦୁଇ ରେ ପରାସ୍ତ କରି ବିଜୟୀ ମୁକୁଟ ପିନ୍ଧି ଥିଲା. !

        ଏହି ଖେଳ ର ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କଂହର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ , ବି ଜେ ପି ବରିଷ୍ଠ ରାଜନୈତିକ ରାମବିଶ ଦିଗାଲ, ଗାର୍ଡିଙ୍ଗିଆ ସରପଞ୍ଚ ଶ୍ରୀ ଜିତେନ୍ଦ୍ର ମଲିକ,ସମିତି ସଭ୍ୟ ଅଲଫାନ ପ୍ରଧାନ, କାଳିଦାସ ପ୍ରଧାନ,ପି ଟି ଶିକ୍ଷକ ଦେବେନ୍ଦ୍ର ଦିଗାଲ, ଅବସର ପ୍ରାପ୍ତ ଦେଶସେବକ ପୂର୍ଣ୍ଣଚନ୍ଦ୍ର ଦିଗାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ, ଖେଳ ର ଶାନ୍ତି ଶୃଙ୍ଖଳା ଓ ଖେଳ ର ନିୟମ ଆଦିକୁ ସୁଚାରରୂପେ ରେଫରୀ ଭାବ ରେ ରାଜକପୁର ପ୍ରଧାନ, ପରିଚାଳନା କରିଥିବା ବେଳେ ସରଜ ପ୍ରଧାନ ଓ ଚିନୁ ଦିଗାଲ, ଲାଇନ ମେନ ଭାବରେ ଆୟୋଜନ ପ୍ରତିଯୋଗିତା କୁ ଅତି ସୁନ୍ଦର ଭାବ ରେ କର୍ତଵ୍ୟ ଓ ଦାୟିତ୍ୱ ବହନ କରି ଖେଳ କୁ ମଜାଦାର କରିଥିଲେ. ଏପରି ଏକ ଭଲି ବଲ ଟୁର୍ନାମେଣ୍ଟ ଆୟୋଜନ କରି MRS ଦଳ  ଅଞ୍ଚଳ ପାଇଁ ବେଶ ଗର୍ଵ ଏବଂ ଗୌରବ ଆଣିଛି,

କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ରୁ ସାନୁଜ ବେହେରା ଙ୍କ ରିପୋର୍ଟ