ବଡ଼ ଅଘଟଣ; ପୁଣି ଏକ ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି ।

ବଡ଼ ଅଘଟଣ; ପୁଣି ଏକ ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଟ୍ରାକରୁ ଖସିଛି ଟ୍ରେନ୍ । ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରର ବିଜୟନଗରମ୍‌ ଜିଲ୍ଲା କୋଟ୍ଟବାଲସାରେ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି ।ଟ୍ରାକ ବଦଳାଇବା ସମୟରେ ଲାଇନ୍‌ରୁ ଖସିଯାଇଥିଲା ଟ୍ରେନ୍ । ତେବେ ସବୁଠୁ ବଡ଼ କଥା ହେଉଛି, ଲୋକୋ ପାଇଲଟଙ୍କ ସତର୍କତା ଯୋଗୁଁ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ନାହିଁ ।

ଏହାବି ... 

ତେବେ ଯାହା ପ୍ରାଥମିକ ସୂଚନା ମିଳୁଛି, ଲୋକ ପାଇଲଟ୍ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ପାସେଞ୍ଜର ଟ୍ରେନ୍‌ର ଅନ୍ୟ ସମସ୍ତ ବଗି ସୁରକ୍ଷିତ ଥିବା ସୂଚନା । ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଟ୍ରେନଟି ଟ୍ରାକ୍ ତଳକୁ କେମିତି ଖସିଲା? ସିଗନାଲ୍ ଭୂଲ ଥିଲା କି? ନା ଅନ୍ୟ କୌଣସି କାରଣ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲାେକ ଏବଂ ପ୍ରଶାସନ ପହଞ୍ଚିଛନ୍ତି ।