ଟ୍ରେନ୍ ଦୁର୍ଘଟଣା : ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଟ୍ରେନ୍ ଦୁର୍ଘଟଣା : ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଟ୍ରେନ୍ ଦୁର୍ଘଟଣା : ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଆନ୍ଧ୍ରପ୍ରଦେଶର ଭିଜିଆନଗରମ ଜିଲ୍ଲାର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କ ପରିବାରକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । 'ଏକ୍ସ' ଉପରେ ଏକ ପୋଷ୍ଟରେ ବୈଷ୍ଣବ କହିଛନ୍ତି: "ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମସ୍ତଙ୍କର ଆରୋଗ୍ୟ କାମନା କରାଯାଉଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆଘାତଙ୍କ ପାଇଁ ୫୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । 

କୋଟାଭାଲାସା ବ୍ଲକର କଣ୍ଟାକାପାଲ୍ଲି ଜଙ୍କସନ ନିକଟରେ ପଲାସା ଏକ୍ସପ୍ରେସ ସହିତ ମୁହାଁମୁହିଁ ହେବା ପରେ ବିଶାଖାପାଟନମ୍-ରାୟଗଡା ଯାତ୍ରୀବାହୀ ଟ୍ରେନର ତିନିଟି କୋଚ୍ ଖସିପଡିଥିଲା। ବିଶାଖାପାଟନମ୍-ରାୟାଗଡା ଟ୍ରେନ୍ ବିଶାଖାପାଟନମ୍ ରୁ ଓଡିଶାର ରାୟାଗଡା ଅଭିମୁଖେ ଯାଉଥିବାବେଳେ ପାଲାସା ଏକ୍ସପ୍ରେସ ଶ୍ରୀକାକୁଲମ୍ ଜିଲ୍ଲାର ପାଲାସା ଠାରୁ ଭିଜିଆନଗରାମ ଅଭିମୁଖେ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା ।