ଜଙ୍କିଆ ପଲ୍ଲୀ ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟା
ପୁରୀ ଶିଳ୍ପିକା କଳାକାରଙ୍କ ଶିବ ଦାଣ୍ଡବ ସମସ୍ତଙ୍କୁ ବିମୋହିତ କଲା

ଖୋର୍ଦ୍ଧାଜିଲ୍ଲା ଜଙ୍କିଆ ଓଁ ଶ୍ରୀ ଗୃପଦ୍ୱାରା ଅନୁଷ୍ଠିତ ଜଙ୍କିଆ ପଲ୍ଲୀ ଉତ୍ସବରେ ଆଜିର ଦ୍ୱିତୀୟ ସନ୍ଧ୍ୟାରେ ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ପଣ୍ଡିତ କେଳୁ ଚରଣ ମହାରଣା, ବ୍ରହ୍ମକୁମାରୀ କୈଳାସ ଭାଇ, ଅଭିମନ୍ୟୁ ବାରିକ ଓ ସମିତିସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ । ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପୁରୀ ଶିଳ୍ପିକା କଳାକାରମାନେ ଶିବ ଦାଣ୍ଡବ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ ଲୋକାଲ ଡ଼୍ୟାନ୍ସରେ ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ହୋଇ ବସିରହିଥିଲେ । ପ୍ରତିକୂଳ ପାଗସ୍ୱତ୍ୱେ ପ୍ରବଳ ଜନସମାଙ୍ଗମ ହୋଇଥିଲା । ମୀନାବଜାର ରାମଦେଳୀ, ଡ଼୍ରାଗୋନ ଟ୍ରେନ ଓ ଦୋକାନରେ ପ୍ରବଳ ଜନସମାଙ୍ଗମ ହୋଇଥିଲା ।
ଉପସ୍ଥାପକ କମଳେଶ ମହାରଣା ଓ ଅଶି୍ୱନୀ ମହାନ୍ତି ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ରନାଥ ଜେନା, ଅକ୍ଷୟ ଉଦୟସିଂହ, କେଦାର ବଳବନ୍ତରାୟ, ସଂଗ୍ରାମ ପଟ୍ଟନାୟକ ଓ ପିଂଟୁ ପାତାଳସିଂହ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ