ହଜ ନୂଆ ସାହି ଠାରେ ସ୍ୱଛ ଭାରତ ଅଭିଯାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ରେ ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ସ୍ୱଛ ଭାରତ ଅଭିଯାନ ଆରମ୍ଭ ହୋଇଛି।

ହଜ ନୂଆ ସାହି ଠାରେ ସ୍ୱଛ ଭାରତ ଅଭିଯାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ରେ ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ସ୍ୱଛ ଭାରତ ଅଭିଯାନ ଆରମ୍ଭ ହୋଇଛି।ନରେନ୍ଦ୍ର ମୋଦିଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ୱଛ ଭାରତ ଅଭିଯାନରେ ଯୁବ ଗୋଷ୍ଠୀ ସାମିଲ ହୋଇଛନ୍ତି।ଆଜି ଖୋର୍ଦ୍ଧା ଜିଲା ହଜ ଠାରେ ନୂଆସାହି ଯୁବ ଗୋଷ୍ଠୀ ପକ୍ଷରୁ ସ୍ୱଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଥିବାରୁ ଯୁବକ ମାନେ ସ୍ୱଛ ଭାରତ ଅଭିଯାନରେ ଲାଗିପଡି ସଫେଇ କରିଛନ୍ତି।ଯୁବକ ମାନେ ସଂଘବଦ୍ଧ ହୋଇ ବଜାର ବିଦ୍ୟାଳୟ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ମେଡ଼ିକାଲ ସଫେଇ କରିଛନ୍ତି।ଏହି ସଫେଇ କାର୍ଯ୍ୟକ୍ରମ ରେ ହଜ ଗ୍ରାମପଞ୍ଚାୟତ ର ଆଗ୍ରହୀ ଯୁବକ ମାନେ ଯୋଗଦାନ କରି ସଫେଇ କରିଛନ୍ତି।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ