ନିର୍ବାଚନୀ ବଣ୍ଡ୍ ଯୋଜନା ରଦ୍ଦ କଲେ ସୁପ୍ରିମକୋର୍ଟ
ନିର୍ବାଚନୀ ବଣ୍ଡ୍ ଯୋଜନାର ବୈଧତା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁୁରୁବାର ନିଜ ରାୟ ଶୁଣାଇଛନ୍ତି।

ନିର୍ବାଚନୀ ବଣ୍ଡ୍ ଯୋଜନାର ବୈଧତା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁୁରୁବାର ନିଜ ରାୟ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡ୍କୁ ଅସାମ୍ବିଧାନିକ ଘୋଷଣା କରି ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାରେ ସର୍ବସମ୍ମତିକ୍ରମେ ରାୟ ଶୁଣାଇଛନ୍ତି। ନିର୍ବାଚନ ବଣ୍ଡ ଯୋଜନାକୁ ସମାଲୋଚନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜନୈତିକ ଦଳଗୁଡିକ ପାଇଁ ଟଙ୍କା କେଉଁଠୁ ଆସୁଛି ଏସବୁ ଜାଣିବା ନିହାତି ଆବଶ୍ୟକ। ନିର୍ବାଚନୀ ବଣ୍ଡ୍ ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ କରୁଛି। ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ବଣ୍ଡ୍କୁ ଅଦାଲତ ରଦ୍ଦ କରିବା କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି।
ସୁପ୍ରିମକୋର୍ଟ ନିଜ ରାୟରେ ୨୦୧୯ରୁ ଏପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।