ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ

ଭକ୍ତିର ଶକ୍ତି: ସୁଦୂର ରାଜସ୍ଥାନରୁ ପୁରୀ ଦଣ୍ଡବତ ଯାତ୍ରା

ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ

ନିରାକାର ପୁର,୧୭/୬: ଭାରତର ଚାରି ଧାମ ରୁ ପୁରୀ ଜଗନ୍ନାଥ ଧାମ ବିଶ୍ଵ ପ୍ରସିଦ୍ଧ। ତେଣୁ ବିଶ୍ଵର କୋଣ ଅନୁକୋଣ ରୁ ଭକ୍ତମାନେ ଜଗନ୍ନାଥଙ୍କ ଦର୍ଶନ ଲାଭ କରିବାକୁ ଆସିଥାନ୍ତି। ଇଛାଶକ୍ତି ଥିଲେ ଜଣେ ଭକ୍ତ କିପରି ହଜାର ହଜାର ମାଇଲି ବାଟ ଅତିକ୍ରମ କରି ଚକା ଆଖିର ଦର୍ଶନ କରି ପାରନ୍ତି ଯାହାର ଏକ ଜ୍ବଳନ୍ତ ଉଦାହରଣ ଜଣେ ୩୫ ବର୍ଷୀୟ ରାଜସ୍ଥାନୀ ବ୍ୟକ୍ତି ବିଜୟ ସିଂ ଗୁରୁଜାରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ବିଜୟ ସୁଦୁର ରାଜସ୍ଥାନ ରୁ କଷ୍ଟସାଧ୍ୟ ଦଣ୍ଡବତ ଯାତ୍ରା ଆରମ୍ଭ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ ପରେ ଓଡିଶା ପ୍ରବେଶ କରିଛନ୍ତି। ଏହି ଯାତ୍ରା ସେ ୭ ଡିସେମ୍ବର ୨୦୨୨ ରୁ ଆରମ୍ଭ କରି ଏବେ ପ୍ରାୟ ପୁରୀ ନିକଟତର ହୋଇପାରିଛନ୍ତି।ଏହି ୬ ମାସ ୬ ଦିନ ଯାତ୍ରା ରେ ସେ ଓଡିଶା ଓ ଓଡିଆ ଲୋକଙ୍କ ରାସ୍ତାରେ ଯାତ୍ରା ଓ ରହଣୀ ସମୟରେ ନିସ୍ବାର୍ଥପର ସହଯୋଗ କୁ ପ୍ରଶଂସା କରିଥିଲେ। ତାଙ୍କ ସହିତ ବଡଭାଇ କୈଳାସ ସିଂ ଗୁରୁଜାର ଓ ସାନଭାଇ ଦିପେଶ ସିଂ ଗୁରୁଜାର ଯାତ୍ରା ସମୟରେ ପୂର୍ଣ ସହଯୋଗ କରିଥିଲେ। ଏହି କଷ୍ଟସାଧ୍ୟ ଦଣ୍ଡବତ ଯାତ୍ରା ପ୍ରଭୁ ଜଗନ୍ନାଥ ଙ୍କ ଆଶିର୍ବାଦ ରେ ସମ୍ଭବ ବୋଲି ଭାବବିହ୍ୱଳ ହୋଇ ସେ କହିଛନ୍ତି । ସେ ୧୭୮୦ କିଲୋମିଟର ଯାତ୍ରା ଶେଷ କରି ସାରିଛନ୍ତି ଆଉ ୩୧ କିଲୋମିଟର ଯାତ୍ରା ବାକି ଅଛି ୩/୪ ମଧ୍ୟ ରେ ସେ ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିବେ । ରଥଯାତ୍ରା ଦେଖି ନିଜ ଗ୍ରାମ ରାଜସ୍ଥାନ କୁ ଫେରିବେ ବୋଲି କହିଥିଲେ।