ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ୱାରା ଓଡିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା ଏବଂ ପୁରୀ ରେଳ ଷ୍ଟେସନ ନୀରିକ୍ଷଣ

•     ଦ୍ରୁତ କୋଇଲା ପରିବହନ ଉପରେ ଗୁରୁତ୍ୱାରୋପ | •     40 ହଜାର କିଲୋମିଟର ଦୈର୍ଘ୍ୟ ତିନୋଟି କରିଡରର ପାଇଁ ରେଳ ଲାଇନ ବିସ୍ତାରକୁ ପ୍ରାଥମିକତା ଦିଆଯିବ | •     ଖଣି ଏବଂ ପୋର୍ଟ ଗୁଡିକ ପାଇଁ ରେଳ ଲାଇନ ସଂଯୋଗକୁ ପ୍ରାଥମିକତା | •     ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅବଗତ ହେଲେ  | 

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ୱାରା ଓଡିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା ଏବଂ ପୁରୀ ରେଳ ଷ୍ଟେସନ ନୀରିକ୍ଷଣ

ଦୁଇ ଦିନିଆ ଭୁବନେଶ୍ୱର ଗସ୍ତରେ ଆସି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲୁରହିଥିବା ରେଳ ପ୍ରକଳ୍ପ ଓ ଯାତାୟାତ ସୁବିଧା ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି | ରେଳ ଷ୍ଟେସନଗୁଡିକର ପୁନର୍ବିକାଶ କାର୍ଯ୍ୟ ଗୁଡିକର ଅଗ୍ରଗତି ଓ ସ୍ଥିତି ସହିତ ରାଜ୍ୟରେ ନିର୍ମାଣାଧୀନ ଥିବା ଅତି ଆବଶ୍ୟକ ଓ ଜନକୈନ୍ଦ୍ରିକ ପ୍ରକଳ୍ପ ଗୁଡିକର ଅଗ୍ରଗତିକୁ ଗୁରୁତ୍ୱାରୋପ କରିଥିଲେ |    

ବିଭିନ୍ନ ଖଣିଜ ବେଲ୍ଟ ଅଞ୍ଚଳ ସହିତ ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ଲାଇନ ସଂଯୋଗ ସମେତ ରାଜ୍ୟରେ ଅତି ଜରୁରୀ ଏବଂ ଜନକୈନ୍ଦ୍ରିକ ରେଳ ପ୍ରକଳ୍ପର ଅଗ୍ରଗତି ଓ ତତସହିତ ରେଳ ଷ୍ଟେସନ ଗୁଡିକର ପୁନର୍ବିକାଶ ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା |  ପରେ, ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ପୁରୀ ଷ୍ଟେସନ ନୀରିକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ |   

ଏହି ସମୀକ୍ଷା ବୈଠକରେ ବୈଷ୍ଣବ ପାୱାର ପ୍ଲାଣ୍ଟ ସହିତ ବିଭିନ୍ନ ବନ୍ଦର ଏବଂ ଶିଳ୍ପକୁ ଶୀଘ୍ର କୋଇଲା ପରିବହନ ଉପରେ ଗୁରୁତ୍ୱାରୋପ କରିଥିଲେ। ବନ୍ଦର ଏବଂ ଶିଳ୍ପ ସହିତ ଖଣିଜ ବେଲ୍ଟ ସହିତ ରେଳ ଲାଇନ ସଂଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି |  ପ୍ରସ୍ତାବିତ ତିନୋଟି ପଣ୍ୟ ପରିବହନ କରିଡରର ପ୍ରାୟ 40 ହଜାର କିଲୋମିଟରର ରେଳ ଲାଇନ ବିସ୍ତାର ସମ୍ପର୍କରେ ସେ ଅଗ୍ରାଧିକାର ଦେଇଛନ୍ତି ଯାହା ଦ୍ୱାରା ଯାତ୍ରୀବାହୀ ଟ୍ରେନରେ ବାଧା ଶୃଷ୍ଟି ନକରି ପଣ୍ୟ ପରିବହନ ତ୍ୱରାନ୍ୱିତ ହୋଇପାରିବ |  

ଏହା ବ୍ୟତୀତ ଭୁବନେଶ୍ୱର, କଟକ ଏବଂ ପୁରୀ ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଚାଲୁରହିଥିବା ନିର୍ମାଣ କାର୍ଯ୍ୟ ଅଗ୍ରଗତି ଆଶାଠାରୁ ଅଧିକ ଅଛିବୋଲି ଅନୁଭବ କରି ଅଧିକାରୀ ମାନଙ୍କୁ ପ୍ରଶଂସା କରିଥିଲେ |  ପରେ ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ଯାଞ୍ଚ କରି ଅଗ୍ରଗତିର ଆକଳନ କରିଥିଲେ ଏବଂ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ |  

ସମୀକ୍ଷା ବୈଠକରେ  ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ସହିତ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ପି ଶ୍ରୀନିବାସ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍ ବଜୱାଙ୍କ ସମେତ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ |