କ୍ଷମା ମାଗିଲେ ବାବା ରାମଦେବ

ଶେଷରେ ଚେତିଲା ପତାଞ୍ଜଳି ଆୟୁର୍ବେଦ । କୋର୍ଟ ଅବମାନନା ମାମଲାରେ ନୋଟିସ୍ ଲାଗିବା ପରେ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଯୋଗଗୁରୁ ବାବା ରାମଦେବ।

କ୍ଷମା ମାଗିଲେ ବାବା ରାମଦେବ

ଶେଷରେ ଚେତିଲା ପତାଞ୍ଜଳି ଆୟୁର୍ବେଦ । କୋର୍ଟ ଅବମାନନା ମାମଲାରେ ନୋଟିସ୍ ଲାଗିବା ପରେ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଯୋଗଗୁରୁ ବାବା ରାମଦେବ। ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ ମଧ୍ୟ ଭୁଲ୍ ମାଗିଛନ୍ତି । ଭ୍ରମିତ କରୁଥିବା ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ବିନା କୌଣସି ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛି ।

ଏହି ସତ୍ୟପାଠରେ ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି, କମ୍ପାନୀ ବିଜ୍ଞାପନରେ ଯେଉଁ ଅପମାନଜନକ ବାକ୍ୟ ବ୍ୟବହାର କରିଛି ସେଥିପାଇଁ କ୍ଷମା ମାଗୁଛି । ଆଗକୁ ଏଭଳି ଭୂଲ୍ ହେବ ନାହିଁ । ପୂର୍ବରୁ ଚାଲୁଥିବା ବିଜ୍ଞାପନକୁ ହଟାଇ ଦିଆଯିବ । 

ପତାଞ୍ଜଳି ଆୟର୍ବେଦ ଅଦାଲତ ଅବମାନନା ନୋଟିସର ଜବାବ ନଦେବା ପରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ଭାବେ ଏପ୍ରିଲ ୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ଅଦାଲତ IMAର ଏକ ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ । ଏଥିରେ କୋଭିଡ୍ ଟିକକରଣ ଅଭିଯାନ ଏବଂ ଆଧୁନିକ ଔଷଧକୁ ପରୋକ୍ଷ ଭାବେ ବିରୋଧ କରାଯାଇଥିଲା । ପତଞ୍ଜଳି ପକ୍ଷରୁ ଜାରି ହୋଇଥିଲା ବିଜ୍ଞାପନରେ ରକ୍ତଚାପ, ମଧୁଦେହ, ଶ୍ବାସ ରୋଗ ଏବଂ ଅନ୍ୟ କିଥି ରୋଗ ପକଞ୍ଜଳି ଆୟୁର୍ବେଦରେ ସମ୍ପୂର୍ଣ୍ଣ ଭାବେ ଠିକ୍ ହେଉଥିବା କହିଥିଲେ ।