ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳିବ ବିଶ୍ୱର ସବୁଠୁ ବଡ ଦୀପ

ଶ୍ରୀରାମ ଲାଲାଙ୍କ ପାଇଁ ରାଉରକେଲାରେ ତିଆରି ଚାଲିଛି ବିଶାଳ ଦୀପ

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳିବ ବିଶ୍ୱର ସବୁଠୁ ବଡ ଦୀପ

ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳିବ ବିଶ୍ୱର ସବୁଠୁ ବଡ ଦୀପ । ରାଉରକେଲା ହନୁମାନ ବାଟିକାରେ ଆସନ୍ତା ୨୨ ତାରିଖରେ ଜଳିବ ଏହି ବିରାଟ ଦୀପ । ଏହି ମାଟି ଦୀପ ତିଆରି ପାଇଁ ଦିନ ରାତି ଲାଗି ପଡିଛନ୍ତି କାରିଗର ।

ସାଢେ ୫ ଫୁଟ୍ ଉଚ୍ଚତା ସାଙ୍ଗକୁ ୨୨ ଫୁଟ ଗୋଲେଇ କାମରେ ଲାଗି ପଡିଛନ୍ତି ସୁଦୂର ବେଙ୍ଗାଲୁରୁ ଆସିଥିବା କାରିଗର । ଏପରିକି ଏହି ବିଶାଳକାୟ ଦୀପରେ ପାଖାପାଖି ୭ ହଜାର ଲିଟରରୁ ବି ଅଧିକ ଘିଅ ରହିବ । ଏଥିରେ ୧୫ ମିଟରର ଏକ ବଳିତା ଲାଗିବ, ଯାହା କଟକରୁ ଆସିବ । ଏହା ଛଡା ଦୀପ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ୧୧ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ରହିବ ।

ସେହିପରି ଉଭୟ ଦୀପ ଓ ଭଗବାନ ରାମଙ୍କ ମୂର୍ତ୍ତି ଗୋଟିଏ ଫ୍ରେମରେ ତିଆରି ଚାଲିଛି । କୋଲକାତାର ପ୍ରତିଷ୍ଠିତ ଶିଳ୍ପୀ ଓ ତାଙ୍କ ୮ ସହଯୋଗୀ ଏହି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ସ୍ମାଇଲ ଫର ଏଭର ଫାଉଣ୍ଡେସନ ତରଫରୁ ଏହି ବିଶାଳକାୟ ଦୀପର ପରିକଳ୍ପନା କରାଯାଇଛି । ଏପରିକି ଏହାକୁ ବିଶ୍ୱର ସର୍ବବୃହତ ଦୀପ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯାଇଛି ।