ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଅନୁଭବ କରିବାରୁ ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗର ପ୍ରାଇଭେଟ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି।

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଅନୁଭବ କରିବାରୁ ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗର ପ୍ରାଇଭେଟ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ତତ୍ତ୍ବାବଧାନରେ ରାଜନାଥଙ୍କ ଚିକିତ୍ସା କରାଯାଉଛି।

ବର୍ତ୍ତମାନ ସ୍ବସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଆଜି ତାଙ୍କୁ ଡିସଚାର୍ଜ କରାଯାଇ ପାରେ ବୋଲି ସୂଚନା ମିଳିଛି । 

ତେବେ ପ୍ରକାଶ ଥାଉକି, ଗତ ଜୁଲାଇ ୧୦ ତାରିଖରେ ୭୩ ତମ ଜନ୍ମଦିବସ ପାଳନ କରିଥିଲେ ରାଜନାଥ ସିଂ । ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତ ସାଧାରଣ ନିର୍ବାଚନରେ ଲକ୍ଷ୍ନୌ ସଂସଦୀୟ ଆସନରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସମାଜବାଦୀ ପାର୍ଟିର ରବିଦାସଙ୍କୁ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବା ପରେ ପୁଣି ଥରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ରାଜନାଥ ।