ଚିଲିକା ମଝିରେ ଫସିଗଲେ କେନ୍ଦ୍ରମନ୍ତ୍ରୀ
ଚିଲିକା ମଝିରେ ଫସିଗଲେ କେନ୍ଦ୍ରମନ୍ତ୍ରୀ ପରୋଷତ୍ତମ ରୁପାଲା ।

ଚିଲିକା ମଝିରେ ଫସିଗଲେ କେନ୍ଦ୍ରମନ୍ତ୍ରୀ ପରୋଷତ୍ତମ ରୁପାଲା । ବୋଟ୍ରେ କେନ୍ଦ୍ରମନ୍ତ୍ରୀ ରୁପାଲା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଥିଲେ । ବଡ଼କୂଳ ଠାରୁ ଚିଲିକା ଦେଇ ସାତପଡ଼ା ଅଭିମୁଖେ ଚିଲିକା ପାର ହେଉଥିଲେ । ଘନ କୁହୁଡ଼ି ଯୋଗୁଁ ବୋଟ ଚାଳକ ଦିଗ ଜାଣି ପାରିନଥିଲେ ।
ଯାହା ଫଳରେ ଦୀର୍ଘ ଦୁଇ ଘଣ୍ଟା ଧରି ଚିଲିକା ନଳବଣ ନିକଟରେ ବୋଟ୍ଟି ଫସି ରହିଥିଲା । ସାତପଡ଼ା ଠାରୁ ଦୁଇଟି ଡଙ୍ଗା ମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପରେ ମନ୍ତ୍ରୀଙ୍କୁ ଚିଲିକାର ବାଟ ଦେଖାଇ ସାତପଡ଼ା ଅଭିମୁଖେ ମନ୍ତ୍ରୀଙ୍କ ଡ଼ଙ୍ଗା ବାହାରିଥିଲା । କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା ଗାଁକୁ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ।
ପୁରୀରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ପରୋଶତ୍ତମ ରୁପାଲାଙ୍କ ପ୍ରତିକ୍ରିୟା । ସାଗର ପରିକ୍ରମା ଯାତ୍ରାରେ ମତ୍ସ୍ୟଜୀବୀଙ୍କ ସମସ୍ୟା ଜାଣିବା ପାଇଁ ଡଙ୍ଗାରେ ଯାତ୍ରା କରୁଛୁ । ଚିଲିକା ବଡକୂଳରୁ ସାତପଡ଼ାକୁ ଆସୁଥିଲୁ । ଡଙ୍ଗା ଚାଳକ ରାସ୍ତା ଜାଣିପାରି ନ ପାରିବାରୁ ଫସି ରହିଥିଲୁ । ମତ୍ସ୍ୟଜୀବୀମାନେ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବେ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ।